ତାଳଚେର,୧/୩(ଜେପିଏନଏସ):ଅନୁଗୋଳର ମରାତିରା ଛକ ଠାରେ ମଧ୍ଯ ରାତିରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ମୃତ୍ୟୁ ବରଣ କରିଥିଲେ l ସେମାନେ ହେଲେ ତାଳଚେରର ନନ୍ଦିରା କୋଲନୀ ତଥା ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ଦରସିଙ୍ଗା ଗ୍ରାମର ଅମିତ କୁମାର ସାହୁ ଓ ତାଳଚେର ବ୍ଲକ ନକେଇପଶି ଗ୍ରାମ ଓ ଦେଉଳବେଡ଼ା କଲୋନୀ ତଥା ଭରତପୁର କୋଇଲା ଖଣିର କାର୍ଯ୍ୟରତ ବିଶ୍ମୟ କୀଙ୍କର ଦାସ । ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲା ପରେ ଦୁଇ ଦୁଇଟି ସ୍ଥାନରେ ହଜାର ହଜାର ଲୋକଙ୍କ ଶୋକାକୂଳ ପରିବେଶରେ ଦୁଇଟି ମର ଶରୀରକୁ ଶୋଭାଯାତ୍ରା କରି ଅମିତ ସିକୁ ଙ୍କୁ କନ୍ଦରସୀଙ୍ଗା ଗ୍ରାମ ଶ୍ମଶାନରେ ଓ ତାଙ୍କ ସାଙ୍ଗ ବିସ୍ମୟ ଦାସଙ୍କୁ ହାଣ୍ଡିଧୁଆ ଷ୍ଟେସନ ନିକଟ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା l ଶ୍ରୀ ସାହୁ ଉଭୟଙ୍କ ଘରକୁ ଯାଇ ନିଜେ କାନ୍ଧ ଦେଇ ଆରମ୍ଭ ଠାରୁ ଅନ୍ତିମ ସଂସ୍କାରର ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ସହଯୋଗ କରିଥିଲେ l ଶ୍ରୀ ସାହୁ ପୂର୍ବରୁ ଅନେକ ଦୁର୍ଘଟଣା ଗୁଡ଼ିକରେ ମୃତ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ଶବ ସତ୍କାରରେ ସହୋଯୋଗ କରି ଆସୁଛନ୍ତି । ଅନ୍ତିମ ସଂସ୍କାରରେ ବେଳେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସମେତ ବହୁ ବୁଦ୍ଧି ଯିବି, ବନ୍ଧୁ ବାନ୍ଧବ ସାଙ୍ଗ ସାଥୀ ଓ ଆତ୍ମୀୟ ବ୍ୟକ୍ତି ମାନଙ୍କ ସହିତ କଲୋନୀ ବାସି ଉପସ୍ଥିତ ଥିଲେ l ଅମିତ କୁମାର ସାହୁ ମାଆ, ବଡ ଭାଇ, ଭାଉଜଙ୍କ ସହିତ ଦୀର୍ଘ ବର୍ଷ ହେବ ନନ୍ଦୀରା କଲୋନୀରେ ରହି ଆସୁଥିବା ବେଳେ ବିସ୍ମୟ ଧର୍ମପତ୍ନୀ ଏବଂ ଦେଢ ବର୍ଷ ର ଝିଅ ତାଙ୍କ ବାପା ମାଆ ଜେଜେଙ୍କ ସହିତ ଦେଉଳବେଡ଼ା କଲୋନୀରେ ରହୁଥିଲେ ।
Share
Read more
