ତାଳଚେର,୧/୩(ଜେପିଏନଏସ):ସମସ୍ୟା ବହୁଳ ତାଳଚେର ର ଅନେକ ସମସ୍ୟା ଦେଖାଦେଇଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନଙ୍କ ଅନୁଗୁଳ ଜିଲ୍ଲା ଗ୍ରସ୍ତ ସମୟରେ ତାଳଚେର ପୌର ପରିଷଦ ର ୧୬ନମ୍ବର ୱାର୍ଡ କାଉନସିଲର ସ୍ବାଧୀନ ଥମ୍ବ ତାଳଚେର ର ମୂଖ୍ୟ ଦୁଇଟି ସମସ୍ୟା କୁ ଅବଗତ କରାଇବା ସହ ଏହାର ତୁରନ୍ତ ସମାଧାନ ପୂର୍ବକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି। ଏହି ଦୁଇଟି ଦାବୀ ମଧ୍ୟରେ ତାଳଚେରର ସାଧାରଣ ଜନତାଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ଶ୍ରୀ ଥମ୍ବ ଜଣାଉଅଛି ଯେ ତାଳଚେର ବସଷ୍ଟାଣ୍ଡ କୁ ଅଧିକ ପ୍ରସତିକରଣ କରାଯାଇ ସେଥିରେ ଅତ୍ୟାଧୁନିକ ଯାତ୍ରୀ ବିଶ୍ରାମ ଗାର, ଶୌଚାଳୟ ସହିତ ବସ୍ ଟର୍ମୀନାଲ ଏବଂ ଏହି ବସଷ୍ଟାଣ୍ଡ କୁ ସିଦ୍ଧ ପୁରୁଷ ସ୍ବର୍ଗତ ଡ଼ଃ ଦେବେନ୍ଦ୍ର ପ୍ରଧାନଙ୍କ ନାମରେ ନାମିତ କରାଯାଉ। (ଡ଼ଃ ଦେବେନ୍ଦ୍ର ପ୍ରଧାନ ବସଟର୍ମୀନାଲ) ଏଵଂ ତାଳଚେର ବାଇପାସ ଠାରୁ ହାତତୋଟା ଯିବା ରାସ୍ତାରେ ଏନଟିପିସି ରଏକ ରେଳଫାଟକ ରହିଛି ଏହି ବାଟ ଦେଇ ବାରମ୍ବାର ରେଳ ଯିବା ଆସିବା ଦ୍ୱାରା ଅନବରତ ରେଳ ଫାଟକ ପଡ଼ୁଛି। ଏଵଂ ଏହିଁ ରାସ୍ତା ତାଳଚେର ଲୋକଙ୍କ ପାଇଁ ଜିବନ ରେଖା ପାଲଟି ଥିବା ବେଳେ ବିଭିନ୍ନ ପ୍ରକାର କାର୍ଯ୍ୟରେ ଯୋଗ ଦେବାକୁ ଏହି ରାସ୍ତାଟି ଅଧିକ ବ୍ୟବହାର ହୋଇଥାଏ ତେଣୁ ଏଥି ପାଇଁ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଦି ସେହି ସ୍ଥାନରେ ଏକ ଅଣ୍ଡର ପାସ ଟିଏ କରାଗଲେ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଉକ୍ତ ଦାବୀ ପାତ୍ରରେ ଉଲ୍ଲେଖ କରାଯାଇଛି। ଟେବେ ଏହି ଦାବିକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପଲବ୍ଧି କରିବା ସହ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
Share
Read more
