ତାଳଚେର:ପୂର୍ବରୁ ଜଣାଯାଏକି, ମକର ସଂକ୍ରାନ୍ତି ସରିଗଲା ପରେ ଶୀତର ପ୍ରଭାବ ଧିରେ ଧିରେ କମିବାରେ ଲାଗେ । କିନ୍ତୁ ତାଳଚେର ଅଂଚଳରେ ତାର ଓଲଟା ଦେଖିବାକୁ ମିଳୁଛି । ଏଇ ଦୁଇ ଦିନ ହେବ ସକାଳୁ ଥଣ୍ଡାର ପ୍ରକୋପ ବେଶ ଭଲଭାବେ ଅନୁଭୂତି ହେଉଛି । ଶୀତବସ୍ତ୍ର ପରିଧାନ କରିଥିଲେ ମଧ୍ୟ ଘର ବାହାରକୁ ଚାଲିଗଲେ ଗୋଡ଼, ହାତ, ମୁହଁ ଓ କାନ କାଲୁଆ ମାରିନେଲା ଭଳି ମନେ ହେଉଛି । ଶୀତୁଆ ସକାଳ ସାଙ୍ଗକୁ କୋହଲାପାଗ ଦେହ ଥରାଇ ଦେଉଛି । ବାଟଘାଟରେ ଲୋକେ ଶୀତ ଦାଉରୁ ରକ୍ଷା ପାଇବା ନିମନ୍ତେ ସାଲ, କମ୍ବଳ, ମଙ୍କିକ୍ୟାପ୍, ଜାକେଟ୍, ମଫୁଲର୍ ଇତ୍ୟାଦି ପରିଦାନ କରିବା ପରେ ମଧ୍ୟ ନିଆଁ ଲଗାଇ ପଇଁ ହେଉଛନ୍ତି । ଶୀତର ଋତୁର ଆଗମନର ଅର୍ଥାତ୍ କାର୍ତିକ ମାସରେ, ତାଳଚେର ଅଂଚଳରେ ଶୀତର ପ୍ରକୋପ ସେତେଟା ଦେଖାଯାଇନଥିବା ବେଳେ ଶୀତ ସରି ଆସିଲା ବେଳକୁ ସକାଳ ଭୋରୁ ଓ ସଞ୍ଜ ନଇଁଗଲାପରେ ଯେମିତି ଶୀତକୁ ନିମନ୍ତ୍ରଣ କଲାଭଳି ମାଡ଼ି ଆସୁଛି । ଶୀତୁଆ କାକରରେ ସକାଳ ସମୟରେ ସାହି ଗଳିକନ୍ଦି ଓ ଜାତୀୟ ରାଜପଥ ପୁରା ଖଁଖାଁ ହୋଇପଡ଼ୁଛି ।
