Monday, June 15, 2026
No menu items!

ବିଦ୍ୟାଧରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ମେଗା ସ୍ୱାସ୍ଥ୍ୟ ଶିବିର

Share

ବିଦ୍ୟାଧରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ମେଗା ସ୍ୱାସ୍ଥ୍ୟ ଶିବିର
ତାଳଚେର:-ତାଳଚେର ବ୍ଲକ କଣ୍ଢାଳ ପଂଚାୟତର ବିଦ୍ୟାଧରପୁର ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ଳ ଭୁବନେଶ୍ଵରୀ ଏରିଆ ସିଏସଆର ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରକୁ ମେଡିକାଲ୍ ଅଫିସର ତଥା ଜଗନ୍ନାଥ କୋଲିୟରୀ ଡିସ୍ପେନସାରୀର ଡାକ୍ତର ଶଶୀଧର ପ୍ରସାଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବଲଣ୍ଡା ଡିସ୍ପେନସାରୀର ଶିଶୁ ବିଶେଷଜ୍ଞ ଡାକ୍ତର ରାକେଶ କୁମାର ଏବଂ ଏନଏସସିଏଚ ର ଡାକ୍ତର ମହମ୍ମଦ ରାଜାଙ୍କ ସହିତ ଭୁବନେଶ୍ଵରୀ ଏରିୟା ର ଜେନେରାଲ ମ୍ୟାନେଜର ଅଜୟ କୁମାର ସିଂ, ଭୁବନେଶ୍ଵରୀ ଓସିପି ର ପ୍ରକଳ୍ପ ଅଧିକାରୀ ଆର. ଶ୍ରୀରାମ, ଆସ୍ଥା ମହିଳା ମଣ୍ଡଳ ର ପ୍ରେସିଡେଣ୍ଟ ମନୀଷା ସିଂ, ସେକ୍ରେଟାରୀ ସଂଗୀତା ଶ୍ରୀରାମଙ୍କ ସହିତ ସମସ୍ତ ସଦସ୍ୟା ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ l ଏହି ଶିବିରରେ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ଔଷଧ ବିତରଣ କରାଯାଇଥିଲା l ଏହା ସହିତ ପାଖରେ ଥିବା ଅଙ୍ଗନବାଡ଼ି ର ସମସ୍ତ ଶିଶୁ ମାନଙ୍କୁ ପୃଷ୍ଟିକର ଖାଦ୍ୟ, ଫଳ ବଣ୍ଟନ ଆସ୍ଥା ମହିଳା ମଣ୍ଡଳ ଙ୍କ ଦ୍ଵାରା କରାଯାଇଥିଲା ଳ ଏହି ଶିବିରରେ ଜଗନ୍ନାଥ, ଅନନ୍ତ ଓ ବଲଣ୍ଡା ଡିସ୍ପେନସାରୀର ଫାର୍ମାସିଷ୍ଟ ବିଶ୍ୱମ୍ବର ସାହୁ, ସୁଜିତ ଦାସ ଓ ଅଭିଷେକ ଶତପଥିଙ୍କ ସହିତ ରାଜେଶ ନନ୍ଦି, ସନ୍ତୋସିନୀ ସାହୁ, ସ୍ମରଣିକା ବେହେରା, ଗୌତମ ନାଏକ, ଆମ୍ବୁଲାନସ୍ ଡ୍ରାଇଭର ଅନୀଲ କୁମାର ଓ ସେଂଟଜନ୍ ଆମ୍ବୁଲାନ୍ସ ଅନୁଗୋଳ ଜିଲ୍ଲାର ଅବୈତନିକ ଯୁଗ୍ମ ସଂପାଦକ ତଥା ଏମସିଏଲ୍ ଆମ୍ବୁଲାନସ୍ ଡିଭିଜନ୍ ର ଡିଭିଜନ୍ କମାଣ୍ଡର ଦୀନବନ୍ଧୁ ପ୍ରଧାନ, ଆମ୍ବୁଲାନସ୍ ଅଫିସର ହିମାଂଶୁ  ଭୂଷଣ ପ୍ରଧାନ, ପମିତ୍ରା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଶିବିରରେ ରକ୍ତଚାପ, ମଧୁମେହ, ଶିଶୁମାନଙ୍କର ଏବଂ ବିଭିନ୍ନ ପ୍ରକାରର ରୋଗର ୧୨୫ ଜଣଙ୍କୁ ଚିକିତ୍ସା କରାଯାଇଥିଲା l ଏ ସମସ୍ତ କାର୍ଯ୍ୟକ୍ରମରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସରପଂଚ ଯଶୋବନ୍ତୀ ବେହେରା, ଆଶା ଦିଦି ରଜନୀ ସାହୁ, ୱାର୍ଡମେମ୍ବର କାଞ୍ଚନ ବେହେରା, ବସନ୍ତ ନାଏକ, ରବିନାରାୟଣ ଶତପଥୀ, ଶଙ୍କର ବେହେରା, ପ୍ରଭାତୀ ରାଉଳ, ମମତା ଦାସ, ସଂଗ୍ରାମ କେଶରୀ ବେହେରା, ଅତସୀ କୁମାର ନନ୍ଦ ପ୍ରଧାନ ଶିକ୍ଷକ ପ୍ରମୁଖ ସହଯୋଗ କରିଥିଲେ l

Read more

Local News