Monday, June 15, 2026

ଶୋଭାଗିନୀ ଦେବୀଙ୍କୁ ଓଡିଶା ରତ୍ନ ଆୱାର୍ଡ

Share

ତାଳଚେର:ଓଡିଶା କଲଚର ଆର୍ଟ ଏକାଡେମୀ ପକ୍ଷୀରୁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଆୟୋଜିତ   ଶରତ ମହୋତ୍ସବ ଅବସରରେ ତାଳଚେରର ଶିକ୍ଷାବିତ୍ ତଥା ସମାଜସେବୀ ଏବଂ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ଶୋଭାଗିନୀ ଦେବୀଙ୍କୁ ଓଡିଶା ରତ୍ନ ଆୱାର୍ଡ ସମ୍ମାନରେ ସମ୍ମାନୀତ କରାଯାଇଛି । ଏଥିଷର ମୁଖ୍ୟ ଅମତିଥି ଭାବେ ପୂର୍ବତନ ଶ୍ରୀମନ୍ଦିର ପ୍ରଶାସନ ତଥା ପୂର୍ବତନ ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଅନ୍ୟତମ ଅତିଥି ଭାବେ ତ୍ରିଲୋଚନ ବରାଳ, ବିଶିଷ୍ଠ ସମାଜସେବୀ ତଥା ଶିକ୍ଷାବିତ୍ ଶଶଧର ପଣ୍ଡା, ଜାତୀୟ ପୁରସ୍କାର ପ୍ରାପ୍ତ ତଥା ପ୍ରତିଷ୍ଠାତା ବସନ୍ତ କୁମାର ଦାସ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଭିଜିତ୍ ସିଂ ପ୍ରମୁଖ ଯୋଗଦେଇ  ସୁଶ୍ରୀ ଦେବୀଙ୍କୁ ଫୁଲତୋଡା, ମାନପତ୍ର ଏବଂ ଟ୍ରଫି ପ୍ରଦାନ କରିଥିଲେ । ସୁଶ୍ରୀ ଦେବୀ ନିଜର ଜୀବନକୁ ଶିକ୍ଷା, ସାହିତ୍ୟ, ସଂସ୍କୃତି ପାଇଁ ସଂଗ୍ରାମୀ ଜୀବନ ଭାବେ ବିତାଇଛନ୍ତି ଏବଂ ମାତୃଭୂମି ପାଇଁ ସେବା ଓ ଅବଦାନ ସ୍ୱରୂପ ଉତ୍ସର୍ଗୀକୃତ କରିଛନ୍ତି । ଜୀବନକାଳ ମଧ୍ୟରେ ୩ଟି ପୁସ୍ତକ ଯଥା-ରାଜା ସୌଭାଗ୍ୟ ଚନ୍ଦ୍ର ଦେବ, ରାଜା ହୃଦୟଚନ୍ଦ୍ର ଏବଂ ବିପ୍ଳବ କାବ୍ୟ କ୍ରାନ୍ତିଦୂତ ଉଦ୍ଧବ ଇତ୍ୟାଦି ପ୍ରକାଶ କରିଅଛନ୍ତି । ଏହା ବ୍ୟତୀତ ଓଡିଶାର ବିଭିନ୍ନ ସ୍ଥାନରେ ଆୟୋଜିତ ସାହିତ୍ୟ ସମାରୋହରେ ଯୋଗଦେଇ ଉତ୍କୃଷ୍ଟ ମାନର କବିତା ଆବୃତି କରି ପ୍ରଶଂସିତ ମଧ୍ୟ ହୋଇଛନ୍ତି । ସମାଜସେବାରେ ଛାତ୍ରୀ ଜୀବନରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବିଭିନ୍ନ ସେବା କରି ଚାଲିଅଛନ୍ତି । ତାଳଚେରରେ ପ୍ରଥମ କରି ମହିଳା ମହାବିଦ୍ୟାଳୟ, ସୈନିକ ସ୍କୁଲ ସ୍ଥାପନ କରିଅଛନ୍ତି । ଏଥି ସହିତ ଓଡିଶାର ବାଙ୍କୀ ରାଣୀ ଶୁକଦେଇଙ୍କ ନାମରେ ମହିଳା ପାଇକ ଯୋଦ୍ଧା ବାହିନୀ ଗଠନ କରି ନାରୀ ଶକ୍ତିର ପରାକାଷ୍ଠା ଦେଖାଇଛନ୍ତି । ଛାତ୍ରୀମାନଙ୍କୁ ନୀତି ଆଦର୍ଶ ଓ ଦେଶ ପ୍ରେମର ଶିକ୍ଷା ଦେବା ସହିତ ଶସକ୍ତ କରଣ କରିପାରିଛନ୍ତି । ତ୍ୟାଗ ଆଉ ସମର୍ପଣ ଭାବ ସଫଳ ବ୍ୟକ୍ତିତ୍ୱର ପରିଚୟ ଦେଇଛନ୍ତି । ଏଥିପାଇଁ ମଧ୍ୟ ବିଭିନ୍ନ ଅନୁଷ୍ଠାନ ତରଫରୁ ପ୍ରଶଂସା ଓ ପୁରସ୍କୃତ ମଧ୍ୟ ହୋଇଛନ୍ତି ।

Read more

Local News