ଡିସେମ୍ବର ୨ରୁ ବଢିପାରେ ରିଚାର୍ଜ ପ୍ଳାନର ମୂଲ୍ୟ । ଯାହାକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି । ଚାରିଆଡେ ଗୋଟିଏ ପ୍ରଶ୍ନ ଟେଲିକମ୍ କମ୍ପାନୀଗୁଡିକ ଡିସେମ୍ବର ୨ ରୁ ପୁଣି ଥରେ ସେମାନଙ୍କର ରିଚାର୍ଜକୁ ମହଙ୍ଗା କରିବେ କି? ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ଟେଲିକମ୍ କମ୍ପାନୀଗୁଡିକ ଡିସେମ୍ବର ୨ ରୁ ସେମାନଙ୍କ ପ୍ଲାନର ମୂଲ୍ୟ ବୃଦ୍ଧି କରିପାରିବେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କମ୍ପାନୀ ଏନେଇ ଘୋଷଣା କରିନାହାନ୍ତି । ଏହାରି ଭିତରେ ଭୋଡାଫୋନ-ଆଇଡିଆ ନିଜର ୮୪ ଦିନିଆ ପ୍ଲାନର ମୂଲ୍ୟ ବଢ଼ାଇଦେଇଛି ।
ଭୋଡାଫୋନ୍-ଆଇଡିଆ ଏହାର ୫୦୯ ଟଙ୍କାରେ ଆସୁଥିବା ୮୪ ଦିନିଆ ପ୍ଳାନର ମୂଲ୍ୟ ବୃଦ୍ଧି କରିଛି । ରିପୋର୍ଟ ମୁତାବକ, VIର ଏହି ପ୍ରିପେଡ ପ୍ଲାନ ଏବେ ୫୪୮ ଟଙ୍କାରେ ଉପଲବ୍ଧ ହେବ । ଏହି ପ୍ଲାନର ମୂଲ୍ୟ ୩୯ ଟଙ୍କା ବୃଦ୍ଧି କରାଯାଇଛି । ତେବେ ଏହି ପ୍ଲାନକୁ ମହଙ୍ଗା କରିବା ସହ କମ୍ପାନୀ ଉପଲବ୍ଧ ଡାଟାକୁ ମଧ୍ୟ ସଂଶୋଧନ କରିଛି । ଏବେ ୟୁଜର୍ସଙ୍କୁ ଏହି ପ୍ଲାନରେ ପୂର୍ବ ଅପେକ୍ଷା ଅଧିକ ଡାଟା ମିଳିବ ।
VIର ଏହି ପ୍ଲାନରେ ୟୁଜର୍ସଙ୍କୁ ସାରା ଭାରତରେ ଅନଲିମିଟେଡ୍ କଲିଂ ପ୍ରଦାନ କରାଯାଉଛି । ଏଥିସହ ୟୁଜର୍ସଙ୍କୁ ଏଥିରେ ୧,୦୦୦ ଫ୍ରି SMSର ସୁବିଧା ମଧ୍ୟ ମିଳିବ । ଡାଟା ବିଷୟରେ କହିବାକୁ ଗଲେ, ଏହି ପ୍ଲାନରେ ବିଭିନ୍ନ ଡେଲିକମ୍ ସର୍କଲରେ ବିଭିନ୍ନ ଡାଟା ସୁବିଧା ଉପଲବ୍ଧ । ପୂର୍ବରୁ ୟୁଜର୍ସଙ୍କୁ ଏଥିରେ ୬ ରୁ ୯ GB ପର୍ଯ୍ୟନ୍ତ ଡାଟା ଦିଆଯାଉଥିଲା, ଯାହାକୁ ବର୍ତ୍ତମାନ ୭ ରୁ ୧୦ GBକୁ ବୃଦ୍ଧି କରାଯାଇଛି ।
ଭୋଡାଫୋନ-ଆଇଡିଆ ବ୍ୟତୀତ ଏୟାରଟେଲ ମଧ୍ୟ ଏହାର ପ୍ରିପେଡ୍ ପ୍ଲାନକୁ ମହଙ୍ଗା କରିବା ସପକ୍ଷରେ ଅଛି । ନିକଟରେ କମ୍ପାନୀ ପୁଣି ଥରେ ARPU ଅର୍ଥାତ୍ ଉପଭୋକ୍ତା ପିଛା ହାରାହାରି ରାଜସ୍ୱ ବୃଦ୍ଧି ସୂଚାଇ ଦେଇଛି । ଗତ ବର୍ଷ ଜୁଲାଇରେ ଘରୋଇ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କ ରିଚାର୍ଜ ପ୍ଲାନର ମୂଲ୍ୟ ୨୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।
ଟେଲିକମ୍ କମ୍ପାନୀଗୁଡିକର ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ମୋବାଇଲ୍ ଟାରିଫର ହାର ବୃଦ୍ଧି ପାଇଛି। ତେବେ ସରକାରୀ ଟେଲିକମ୍ କମ୍ପାନି BSNL ଏହାର ଟାରିଫ ବୃଦ୍ଧି କରିବା ମୁଡରେ ନାହିଁ । କମ୍ପାନୀର ଚେୟାରମ୍ୟାନ୍ ଅତୀତରେ କହିଛନ୍ତି ଯେ ଏହି ସମୟରେ ଅଧିକରୁ ଅଧିକ ୟୁଜର୍ସ ଯୋଡିବା ପାଇଁ BSNL ର ଧ୍ୟାନ ରହିଛି। ଏହି କାରଣରୁ କମ୍ପାନୀ ବର୍ତ୍ତମାନ ଟାରିଫ ବୃଦ୍ଧି ସପକ୍ଷରେ ନାହିଁ ।
