Monday, June 15, 2026

ସାମ୍ନାକୁ ଆସିଲା ନାଗିନ୍ ୭ ପ୍ରୋମୋ, ନାଗିନ୍ ଭୂମିକାରେ ନଜର ଆସିବେ ପ୍ରିୟଙ୍କା ଚୌଧୁରୀ

Share

ଏକତା କପୁରଙ୍କ ବହୁ ପ୍ରତୀକ୍ଷିତ ଶୋ ‘ନାଗିନ୍ ୭’କୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର । ଏବେ ନାଗିନ ୭ର ନୂଆ ପ୍ରୋମୋ ରିଲିଜ୍ ହୋଇଛି । ଏହି ପ୍ରମୋରେ ପ୍ରିୟଙ୍କା ଚହର ଚୌଧୁରୀଙ୍କ ବ୍ୟତୀତ ଇଶା ସିଂ ଏବଂ କରଣ କୁନ୍ଦ୍ରା ନଜର ଆସିବେ । ପ୍ରୋମୋ ଆରମ୍ଭ ହୋଇଛି ଯେଉଁଥିରେ କରଣ କୁନ୍ଦ୍ରା କହିଛନ୍ତି ଯେ ଏବେ ବିନାଶ ଆରମ୍ଭ ହୋଇଯାଇଛି। ଏହା ପରେ ଈଶା ସିଂ ଏବଂ ପ୍ରିୟଙ୍କା ଚହର ଚୌଧୁରୀ ନାଗ ମନ୍ଦିର ବାହାରେ ଠିଆ ହୋଇଛନ୍ତି ।

ଇଶା ପ୍ରିୟଙ୍କାଙ୍କୁ କହୁଛନ୍ତି – ଏହା ହେଉଛି ନାଗ ମନ୍ଦିର । କୁହାଯାଏ ଯେ ଏଠାରେ ଇଚ୍ଛାଧାରୀ ନାଗ ଏବଂ ନାଗିନ୍ ଦେଖିବାକୁ ମିଳନ୍ତି । ଏହାର କିଛି ସମୟ ପରେ ପ୍ରିୟଙ୍କା ନାଗିନ୍ ହୋଇଯାଇଥିବାର ଦେଖିବାକୁ ମିଳିଛି । ପ୍ରିୟଙ୍କା ଚହର ଚୌଧୁରୀ ନାଗିନ୍ ଅବତାରରେ ଶତ୍ରୁମାନଙ୍କୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ବିଶେଷ କଥା ହେଉଛି ଏଥର ‘ନାଗିନ୍ ୭’ ଶୋ’ରେ ଡ୍ରାଗନ୍ ମଧ୍ୟ ଦେଖିବାକୁ ମିଳିବ । ଯାହା ଦେଖିବା ପରେ ନାଗିନ୍ ଶୋ’ର ଫ୍ୟାନ୍ସମାନେ ବେଶ ଉତ୍ସାହିତ ଅଛନ୍ତି ।

ନାଗିନ୍ ୭ କେବେ ରିଲିଜ୍ ହେବ?

ପ୍ରୋମୋ ରିଲିଜ ସହ ନିର୍ମାତାମାନେ ଶୋ’ର ଆରମ୍ଭ ହେବାର ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଏହି ଶୋ’ ଡିସେମ୍ବର ୨୭ ରୁ ଆରମ୍ଭ ହେବାକୁ ଯାଉଛି । ଏହି ଶୋ ଶନିବାର ଏବଂ ରବିବାର ରାତି ୮ ଟାରେ କଲର୍ସରେ ପ୍ରସାରିତ ହେବ । ସୂଚନା ପାଇଁ କହି ରଖୁଛୁ ଯେ ନାଗିନ୍ ସିରିଜ୍ ହେଉଛି ଏକତା କପୁରଙ୍କ ଏକ ବହୁତ ଲୋକପ୍ରିୟ ସିରିଜ୍ । ବର୍ତ୍ତମାନ ପର୍ଯ୍ୟନ୍ତ ଶୋ’ର ୬ଟି ସିଜିନ୍ ଆସିଛି ଏବଂ ବର୍ତ୍ତମାନ ସିଜିନ୍ ୭ ଆରମ୍ଭ ହେବାକୁ ଯାଉଛି ।

ଏହି ଶୋ’କୁ ନେଇ ଅନେକ ବଡ଼ ଧରଣର ଯୋଜନା କରାଯାଇଛି । ଏକତା ପୂର୍ବରୁ ପ୍ରିୟଙ୍କାଙ୍କୁ ନାଗିନ ଭୂମିକାରେ ପରିଚିତ କରାଇ ସାରିଥିଲେ । ପୁରୁଣା ସିଜିନ୍ ବିଷୟରେ କହିବାକୁ ଗଲେ, ପ୍ରଥମ ସିଜନରେ ମୌନି ରୟ ଶୋ’ର ନାଗିନ୍ ଭୂମିକାରେ ନଜର ଆସିଥିଲେ । ମୌନି ରୟଙ୍କୁ ନାଗିନ ଭୂମିକାରେ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ । ଏହି ଶୋ’ରେ ଅର୍ଜୁନ ବିଜଲାନି ମଧ୍ୟ ନଜର ଆସିଥିଲେ।

ଏହି ଶୋ ବହୁତ ହିଟ୍ ହୋଇଥିଲା । ତା’ପରେ ଦ୍ୱିତୀୟ ସିଜିନରେ ମଧ୍ୟ ମୌନି ରୟଙ୍କୁ ନାଗିନ ଭୂମିକାରେ କାଷ୍ଟ କରାଯାଇଥିଲା । ପରବର୍ତ୍ତୀ ସିଜିନ୍ ଗୁଡିକରେ ହିନା ଖାନ, କରିସ୍ମା ତନ୍ନା, ସୁରଭି ଜ୍ୟୋତି, ସୁରଭି ଚନ୍ଦନା, ତେଜସ୍ୱୀ ପ୍ରକାଶ, ସାୟନ୍ତନୀ ଘୋଷ, ନିଆ ଶର୍ମା, ରଶ୍ମି ଦେଶାଇ ଏବଂ ଜସ୍ମିନ୍ ଭାସିନଙ୍କ ଭଳି ଅଭିନେତ୍ରୀ ନାଗିନ ଭୂମିକାରେ ନଜର ଆସିଥିଲେ ।

Read more

Local News